ନିର୍ଦ୍ଦେଶକ: | ମୋହନ ସୁନ୍ଦର ଦେବ ଗୋସ୍ଵାମୀ |
---|---|
ପ୍ରଯୋଜକ: | ମୋହନ ସୁନ୍ଦର ଦେବ ଗୋସ୍ଵାମୀ |
ସଂଳାପ: | ଅଦ୍ୱେତ ମହାନ୍ତି |
କାହାଣୀ: | ସୀତାଙ୍କର ସ୍ୱୟମ୍ୱର ଉପରେ ଆଧାରିତ (ନାଟକ ଲେଖକ: କାମପାଳ ମିଶ୍ର) |
କଳାକାର: | ମାଖନଲାଲ ବାନାର୍ଜୀ, ପ୍ରଭାବତୀ ଦେବୀ, ଅଦ୍ଵୈତ ଚରଣ ମହାନ୍ତି |
ସଙ୍ଗୀତ: | ହରିଚରଣ ମହାନ୍ତି |
ଗୀତ: | ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ନରସିଂହ ନନ୍ଦ ଶର୍ମା |
ଚିତ୍ରଗ୍ରହଣ: | ନାନିଗୋପାଳ ସୟାଁଳ |
ମୁକ୍ତିଲାଭ ତାରିଖ:
|
୨୮ ଅପ୍ରେଲ ୧୯୩୬ |
କଥାଚିତ୍ରର ସମୟ:
|
୨ଘଣ୍ଟା ୩୦ମିନଟ |
ଖର୍ଚ୍ଚ: | ୨୯ ହଜାର ୭୮୧ ଟଙ୍କା ୧୦ ଅଣା |
ଅଭିନୟ
- ମାଖନଲାଲ ବାନାର୍ଜୀ
- ପ୍ରଭାବତୀ ଦେବୀ
- ଅଦ୍ଵୈତ ଚରଣ ମହାନ୍ତି
- ମୋହନ ସୁନ୍ଦର ଦେବ ଗୋସ୍ଵାମୀ
- ନରସିଂହ ନନ୍ଦ ଶର୍ମା
- କୃଷ୍ଣଚନ୍ଦ୍ର ସିଂହ
- ବୁଦ୍ଧିମତୀ
- ରାଧାରାଣୀ
- ଲକ୍ଷ୍ମୀପ୍ରିୟା
- ରାମଚନ୍ଦ୍ର ଲାଲ
ଗୀତ
1. ଏହି ଯେ ଆଶ୍ରମ ଦେଖୁଛୁ ଶ୍ରୀ ରାମ2. କାହିଁକି ଗୋ ପ୍ରିୟ ସଖୀ
3. ଦେବଙ୍କ ତାରଣେ ଦନୁଜ ମରଣେ
4. ଅପୂର୍ବ କୁମାରୀ ତ୍ରିପୁର ସୁନ୍ଦରୀ
5. କାଲି ଦେଖିଥିଲି ମଧୁର ଚାଲିକି
![](https://blogger.googleusercontent.com/img/b/R29vZ2xl/AVvXsEi-KgIrxaT0D4Sa2DaC6dJC5I55Oq-L-O9B_YWq0ewaut9HZ-ErB-Acf0wLENiYPEGSdtyep_jEI5cSW2BWAnicDUssLBbBeXSIeEidFGSO-L0Fm9TJVKH0IVglyaWrbyNugerh-4Wip2E/s640/sita-bibaha.jpg)
ମନ୍ତବ୍ୟ
ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର । ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି କଳାଧଳା ଚଳଚ୍ଚିତ୍ର ଥିଲା । ପୂର୍ବେ ଅନ୍ୟ ଭାଷାରେ ନିର୍ବାକ (ଶବ୍ଦ ନ ଥିବା ଚଳଚ୍ଚିତ୍ର) ଚଳଚ୍ଚିତ୍ରମାନେ ନିର୍ମାଣ ହେଉଥିଲା, ମାତ୍ର ଆମ ଭାଷାରେ ନିର୍ବାକ ଚଳଚ୍ଚିତ୍ର ନିର୍ମିତ ହୋଇ ନ ଥିଲା । ଏହି ଚଳଚ୍ଚିତ୍ର ସିଧାସଳଖ ଧ୍ୱନି ସହ ନିର୍ମିତ ହୋଇଥିଲା ।
କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେ ହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ । ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହା ୧୨ରିଲ ବିଶିଷ୍ଟ ଥିଲା । କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।
କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେ ହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ । ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହା ୧୨ରିଲ ବିଶିଷ୍ଟ ଥିଲା । କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।
୧୯୩୫ ମସିହା ପ୍ରଥମ ଭାଗରେ ପୁରୀଠାରେ କଳାକାରମାନେ ଅଭ୍ୟାସ ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ୨୯ରେ ମୋହନ ସୁନ୍ଦର ସମସ୍ତଙ୍କୁ ଧରି କଲିକତା ଯାତ୍ରା କରିଥିଲେ । ସେପ୍ଟେମ୍ବର ୧୯ରେ କଲିକତାଠାରେ ଚିତ୍ର ଗ୍ରହଣ ଆରମ୍ଭ ହୋଇଥିଲା । ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା । ମାସକ ପରେ ଦର୍ଶକ ଏହାକୁ ଦେଖିବାକୁ ପାଇଥିଲେ । ଚଳଚ୍ଚିତ୍ରଟିରେ ସମୁଦାୟ ଖର୍ଚ୍ଚ ହୋଇଥିଲା ୨୯ ହଜାର ୭୮୧ ଟଙ୍କା ୧୦ ଅଣା । ମୋହନ ସୁନ୍ଦର ଦେବ ଗୋସ୍ଵାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ ।
ମାଖନଲାଲ ବାନାର୍ଜୀ, ରାମ ଚରିତ୍ରରେ ଅଭିନୟ କରିବା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ଯିବା ଆସିବା ଖର୍ଚ୍ଚ ପାଇଁ ୩୫ଟଙ୍କା ଓ ପ୍ରଭାବତୀ ଦେବୀ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ୧୫୦ଟଙ୍କା ପାରିଶ୍ରମିକ ଗ୍ରହଣ କରିଥିଲେ ।