ଓଡ଼ିଆ କଥାଚିତ୍ର ଜଗତର ଟିକିନିକି ତଥ୍ୟ । An Odia film database with a collection of detailed information.

ଲଳିତା



Image result for odia film lalita



ନିର୍ଦ୍ଦେଶକ: କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ପ୍ରଯୋଜକ: ଗ୍ରେଟ ଇଷ୍ଟର୍ଣ୍ଣ ମୁଭିଟୋନ 
ସଂଳାପ: କାଳୀଚରଣ ପଟ୍ଟନାୟକ
କାହାଣୀ: କାଳୀଚରଣ ପଟ୍ଟନାୟକ
କଳାକାର: ଲୋକନାଥ ମିଶ୍ର, ଉମା ବାନାର୍ଜୀ, ସୁମତୀ ଦେବୀ
ସଙ୍ଗୀତ: ଗୌର ଗୋସ୍ୱାମୀ, ସୁରେନ୍ ପାଲ୍
ଗୀତ: କାଳୀଚରଣ ପଟ୍ଟନାୟକ
କଣ୍ଠ: ସୁମତୀ ଦେବୀ
ସମ୍ପାଦକ: ବୈଦ୍ୟନାଥ ଚାଟାର୍ଜୀ, କଲ୍ୟାଣ ଗୁପ୍ତା
ବିତରକ: ଭାଇବ୍ରତିକ ଡିଷ୍ଟିବୁଟର୍ସ
ମୁକ୍ତିଲାଭ ତାରିଖ:
୧ ଡିସେମ୍ବର ୧୯୪୮


ଅଭିନୟ

  • ଲୋକନାଥ ମିଶ୍ର
  • ଉମା ବାନାର୍ଜୀ
  • ସୁମତୀ ଦେବୀ
  • ପଙ୍କଜ ନନ୍ଦ
  • ଦାମୋଦର ଦାସ
  • କୃଷ୍ଣଚନ୍ଦ୍ର
  • ଉମା ଗୋଏଙ୍କା
  • ବୀଣା
  • ତୃପ୍ତି
  • ସୋଫା
  • ସର ଟୁନୀ
  • ବୃନ୍ଦାବନ
  • ଦାମୋଦର
  • ଗୋରା ଗୋସ୍ୱାମୀ
  • ଚିତ୍ତ
  • ଚନ୍ଦ୍ର
  • ଯଦୁନାଥ
  • ପାର୍ବତୀ
  • ଇନ୍ଦୁ

ଗୀତ

1. କେ ଧନୀ ଯମୁନାକୁ ଯାଏ
2. ଶ୍ରୀ ଜଗନ୍ନାଥ ଅଷ୍ଟକମ୍
3. ବସନ୍ତ ଫେରି ଆ'ନା
4. ଚାଲରେ ପାଠୁକି
5. ବନ ଫୁଲ ରାଧେ କୃଷ୍ଣ ବୋଲେରେ
6. ନୀଳମାଧବ ଭାବେ ଦୟା ନାହିଁ କି
7. ନୀଳମାଧବ ଜଗନ୍ନାଥ

ମନ୍ତବ୍ୟ

ସ୍ୱାଧିନତା ପରେ ଏହି ଚଳଚ୍ଚିତ୍ରଟି ଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ମାତ୍ର ପୂର୍ବରୁ ୧୯୩୬ ମସିହାରେ "ସୀତା ବିବାହ" ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ମୁକ୍ତିଲାଭ କରିଥିଲା । ତେଣୁ ଏହା ୨ୟ ଓଡ଼ିଆ ଚଳଚ୍ଚିତ୍ର ।

ଶ୍ରୀ ଜଗନ୍ନାଥ ପ୍ରଥମେ ନୀଳକନ୍ଦରରେ ନୀଳମାଧବ ରୂପରେ ପୂଜା ପାଉଥିଲେ । ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ପୁରୀରେ ମନ୍ଦିର ତୋଳିଥିଲେ, ସେତେବେଳେ ସେ ବିଦ୍ୟାପତିଙ୍କୁ ଶ୍ରୀ ଜଗନ୍ନାଥଙ୍କୁ ଠାବ କରିବାକୁ ପଠାଇଥିଲେ । ସେତେବେଳେ ବିଦ୍ୟାପତି, ବିଶ୍ୱାବସୁ ନାମକ ସବରର ଘରେ ଆଶ୍ରୟ ନେଇଥିଲେ । ସେହି ଶବର ବିଶ୍ୱାବସୁର କନ୍ୟା 'ଲଳିତ', ଯାହାଙ୍କ ଉପରେ ଏହି କଥାଚିତ୍ରଟିର ଶୀର୍ଷକ ଆଧାରିତ । ଲଳିତାଙ୍କ ସ‌ହ ବିଦ୍ୟାପତିଙ୍କର ବିବାହ ଏବଂ ନୀଳକନ୍ଦର ଯାଏଁ ଯିବାର ଉପାୟ ଆଦି ଏହି ଚଳଚ୍ଚିତ୍ରଟିରେ ବର୍ଣ୍ଣନା ହୋଇଛି ।



Share:

ବର୍ଷ ଅନୁସାରେ ଓଡ଼ିଆ କଥାଚିତ୍ର